<ଗ୍ରାମାଞ୍ଚଳରେ ବୃତ୍ତିଗତ ଢାଞ୍ଚା ୟେ କୌଣସି ଦେଶ ଅର୍ଥନୈତିକ ବିକାଶର କେଉଁ ପର୍ୟ୍ଯାଯରେ ପହଞ୍ଚିଛି , ସଂପୃକ୍ତ ଦେଶର ଜନସଂଖ୍ଯାର ବୃତ୍ତିଗତ ବଣ୍ଟନ ଢାଞ୍ଚାରୁହିଁ ତାହା ସୂଚିତ ହୋଇ ଥାଏ ବୃତ୍ତିକୁ ମୁଖ୍ଯତଃ ତିନି ଭାଗରେ ବିଭକ୍ତ କରାୟାଇଥାଏ ୟଥା - ମୌଳିକ ବୃତ୍ତି ( Primary occupation ) , ଗୌଣ ବୃତ୍ତି ( Secondary occupation ) ଏବଂ ତୃତୀଯ-ସ୍ତରୀଯ ବୃତ୍ତି ( Tertiary occupation ) କୃଷି , ପଶୁପାଳ , ଜଙ୍ଗଲ , ମତ୍ସ୍ଯ ଏବଂ ଖଣି ଆଦି କ୍ଷେତ୍ରରେ ହେଉଥିବା କାର୍ୟ୍ଯ~ କଳାପ ମୌଳିକ ବୃତ୍ତିର ଅନ୍ତର୍ଗତ ଏ ସମସ୍ତ କ୍ଷେତ୍ରରୁ ଉତ୍ପାଦିତ ଦ୍ରବ୍ଯ ମଣିଷ ଜୀବନ ପାଇଁ ଅତ୍ଯାବଶ୍ଯକ ବିବେଚିତ ହେଉଥିବାରୁ ଏଗୁଡିକର ଉତ୍ପାଦନ ପାଇଁ ଉଦ୍ଦିଷ୍ଟ କାର୍ୟ୍ଯକଳାପକୁ ମୌଳିକ ବୃତ୍ତି କୁହାୟାଇଥାଏ କ୍ଷୁଦ୍ର ଓ ବୃହତ ଶିଳ୍ପଗୁଡିକ ଗୌଣ ବୃତ୍ତି ଶ୍ରେଣୀରେ ଅନ୍ତର୍ଭୁକ୍ତ ପରିବହନ , ୟୋଗାୟୋଗ , ବ୍ଯାଙ୍କ ବ୍ଯବସାଯ ଏବଂ ବିତ୍ତ ବ୍ଯବସ୍ଥା ଆଦି ସେବା ତୃତୀଯ ସ୍ତରୀଯ ବୃତ୍ତି ଏହି ତୃତୀଯ ସ୍ତରୀଯ କାର୍ୟ୍ଯକଳାପ ମୁଖ୍ଯ ଓ ଗୌଣ ବୃତ୍ତିର ବିକାଶରେ ସହାଯକ ହୋଇଥାଏ 1981 ଜନଗଣନାରୁ ଜଣାୟାଏ ୟେ ଆମ ଦେଶର କାର୍ୟ୍ଯଶୀଳ ଜନସଂଖ୍ଯା ଶତକଡା 68.7 ଭାଗ ଲୋକ କୃଷି ଓ ଆନୁସଙ୍ଗିକ କର୍ମରେ , 13.5 ଭାଗ ଲୋକ ଔଦ୍ଯୋଗିକ କ୍ଷେତ୍ରରେ ଏବଂ 17.8 ଭାଗ ଲୋକ ଅନ୍ଯାନ୍ଯ ସେବା କ୍ଷେତ୍ରରେ ନିୟୁକ୍ତ ଅଛନ୍ତି ଏଥିରୁ ଜଣାୟାଏ ୟେ କୃଷିହ ଆମ ଦେଶ ଲୋକଙ୍କର ପ୍ରଧାନ ଜୀବିକା କାରଣ ମୋଟ କାର୍ୟ୍ଯଶୀଳ ଜନସଂଖ୍ଯାର ଦୁଇ ତୃତୀଯାଂଶରୁ ସାମାନ୍ଯ ଅଧିକ ଲୋକ କେବଳ କୃଷି ଉପରେହିଁ ନିର୍ଭର କରିଥାନ୍ତି ଏହା ସତ୍ତ୍ବେ ପ୍ରତ୍ଯେକ ବର୍ଷ ଜାତୀଯ ଉତ୍ପାଦର ମାତ୍ର ଶତକଡା 40 ଭାଗ କୃଷିରୁ ମିଳିଥାଏ 1984-85 ରେ ଜାତୀଯ ଉତ୍ପାଦନକୁ କୃଷିର ଅବଦାନ ଶତକଡା ପ୍ରାଯ 37 ଭାଗରୁ ଖସିଆସିଥିଲା ଏଥିରୁ କୃଷିର ନିମ୍ନ ଉତ୍ପାଦିତା ସୂଚିତ ହୁଏ ଜୀବନଧାରଣର ଅନ୍ଯାନ୍ଯ ପନ୍ଥା ନ ଥିବାରୁ କୃଷି ଉପରେ ହିଁ ବହୁଭାଗ ଲୋକ ନିର୍ଭର କରିବାକୁ ବାଧ୍ଧ ହୋଇଥାନ୍ତି ଏହା ଫଳେ ପ୍ରଚ୍ଛନ୍ନ ବେକାରୀ ଅବସ୍ଥାର ଉଦ୍ଭବ ହୋଇଥାଏ ଏଭଳି ଏକ ଅବସ୍ଥାରେ କୃଷି ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ମଧ୍ଧରୁ ୟଦି ଅନେକଙ୍କୁ ସେଠାରୁ ପ୍ରତ୍ଯାହାର କରିନିଆୟାଏ ତାହାହେଲେ ମୋଟ କୃଷି ଉତ୍ପାଦନ କୌଣସିମତେ ହ୍ରାସ ପାଇବ ନାହିଁ ଏହା ଜମିରେ ଏକ ଜନଗହଳି ଅବସ୍ଥା ଅଣ-କୃଷି କ୍ଷେତ୍ରରେ ନିୟୁକ୍ତି ସୁବିଧା ଆନୁ~ ପାତିକଭାବେ ବୃଦ୍ଧି ନପାଇ ଦ୍ରୁତ ଜନସଂଖ୍ଯା ବୃଦ୍ଧି ଘଟୁଥିବାରୁ ଜମିରେ ଜନଗହଳି ବୃଦ୍ଧି ପାଇବାରେ ଲାଗିଛି ପ୍ରଚ୍ଛନ୍ନ ବେକାରୀ ଦେଶର ଅର୍ଥନୈତିକ ଅନଗ୍ରସରତାର ଏକ ମୁଖ୍ଯ କାରଣ ଅର୍ଥନୈତିକ ଦୃଷ୍ଟିରୁ ଉନ୍ନତ ଦେଶଗୁଡିକରେ ସାଧାରଣତଃ ଅତି କମ ଭାଗ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି ଉଦାହରଣ ସ୍ବରୂପ , ୟୁକ୍ତରାଜ୍ଯ , ୟୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶରେ କାର୍ୟ୍ଯଶୀଳ ଜନସଂଖ୍ଯାର ମାତ୍ର ଶତକଡା 2 ଭାଗ ଲୋକ କୃଷି ଉପରେ ନିର୍ଭର କରୁଥିବା ବେଳେ ଭାରତରେ ଶତକଡା ପ୍ରାଯ 69 ଭାଗ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି ସେହିଭଳି , ଭାରତରେ ମୋଟ କାର୍ୟ୍ଯଶୀଳ ଜନସଂଖ୍ଯାର ମାତ୍ର ଶତକଡା 13.5 ଭାଗ ଲୋକ ଔଦ୍ଯୋଗିକ କ୍ଷେତ୍ରରେ ନିୟୁକ୍ତ ଥିବାବେଳେ ୟୁକ୍ତରାଜ୍ଯ ଓ ୟୁକ୍ତରାଷ୍ଟ୍ର ଆମେରିକାରେ ୟଥାକ୍ରମେ ଶତକଡା 42 ଓ 32 ଭାଗ ଲୋକ ଔଦ୍ଯୋଗିକ କ୍ଷେତ୍ରରେ ନିୟୁକ୍ତ ଅଛନ୍ତି
ଭାରତରେ ଗ୍ରାମ୍ଯ ଅର୍ଥନୀତିର ବୈଶିଷ୍ଟ୍ଯ ଭାରତରେ ଶତକଡା 77 ଭାଗ ଲୋକ ଗ୍ରାମାଞ୍ଚଳରେ ବସବାସ କରିଥାନ୍ତି ଏବଂ କାର୍ୟ୍ଯଶୀଳ ଲୋକଙ୍କ ମଧ୍ଧରୁ ଶତକଡା 69 ଭାଗ କୃଷିକୁହିଁ ଜୀବନର ଏକମାତ୍ର ବୃତ୍ତି ରୂପେ ଗ୍ରହଣ କରିଛନ୍ତି ଏହିଭଳି ଏକ ପରିପ୍ରେକ୍ଷୀରେ ଭାରତୀଯ ଗ୍ରାମ୍ଯ ଅର୍ଥନୀତିର ଗୁରୁତ୍ବ ସହଜରେ ଅନୁମେଯ ଏହି ଗ୍ରାମ୍ଯ ଅର୍ଥନୀତିରେ ପ୍ରଧାନ ବୈଶିଷ୍ଟ୍ଯଗୁଡିକୁ ସଂକ୍ଷେପରେ ଆଲୋଚନା କରାୟାଉ
କୃଷି-ପ୍ରଧାନ ଅର୍ଥନୀତି - ଗ୍ରାମାଞ୍ଚଳରେ କୃଷିକୁହିଁ ଲୋକମାନଙ୍କର ପ୍ରଧାନ ବୃତ୍ତି କୃଷିରେ ଅତିରିକ୍ତ ଜନସଂଖ୍ଯାର ଚାପ ପ୍ରବଳଭାବରେ ଅନୁଭୂତ ହେଉଛି କୃଷି ଜାତଗୁଡିକ ବହୁଭାଗରେ ବିଭକ୍ତ ଓ ବିକ୍ଷିପ୍ତ ହୋଇରହିଛି କୃଷି ଉତ୍ପାଦିତାର ସ୍ତର ଅତି ନିମ୍ନରେ ଆଧୁନିକ କୃଷି ପ୍ରଣାଳୀର ବହୁଳ ପ୍ରବର୍ତ୍ତନ ନାହିଁ ତେଣୁ ସବୁଜ ବିପ୍ଳବ ସାମାନ୍ଯ କେତେକ ଅଞ୍ଚଳ ମଧ୍ଧରେ ସୀମାବଦ୍ଧ ହୋଇ ରହିଛି
ସମ୍ପଦର ଅସମ ବଣ୍ଟନ - ଗ୍ରାମାଞ୍ଚଳରେ ପରିସମ୍ପତ୍ତିର ବଣ୍ଟନ କ୍ଷେତ୍ରରେ ବିରାଟ ଅସମତା ରହିଥିବାର ଦେଖାୟାଇଥାଏ ଗ୍ରାମାଞ୍ଚଳର ପରିବାର ମାନଙ୍କ ମଧ୍ଧରୁ ସବୁଠାରୁ ଧନୀ ଶତକଡା 10 ଭାଗ ଲୋକ ଗ୍ରମାଞ୍ଚଳ ସମ୍ପତ୍ତିର ଶତକଡା 51 ଭାଗ ସମ୍ପତ୍ତିର ମାଲିକ ଅଥଚ ସବୁଠାରୁ ଗରିବ ଶତକଡା 10 ଭାଗ ଲୋକଙ୍କ ହାତରେ ରହିଛି ଗ୍ରାମାଞ୍ଚଳ ସମ୍ପତ୍ତିର ମାତ୍ର ଶତକଡା 0.1 ଭାଗ ଗରିବମାନଙ୍କ ସମ୍ପତ୍ତି କହିଲେ ମୁଖ୍ଯତଃ ସେମାନଙ୍କ ଅତ୍ଯାବଶ୍ଯକ ଘରକରଣା ଜିନିଷ ଏବଂ ଆଉ କିଛି ହଳବଳଦ ଓ ଗାଈବାଛୁରୀ ଏହା ସାଙ୍ଗକୁ ଗ୍ରାମାଞ୍ଚଳରେ ମୁଣ୍ଡ ଟେକିଛି ବିଭିନ୍ନ ଶ୍ରେଣୀ - କୃଷକ , କୃଷିଶ୍ରମିକ , କୁଶଳୀ କାରିଗର ଏବଂ ଛୋଟକାଟିଆ ବ୍ଯବସାଯୀ ଆଦି ପୁଣି , ଚାଷୀମାନଙ୍କ ମଧ୍ଧରେ ଅଛନ୍ତି ବଡ ଚାଷୀ , ସାନ ଚାଷୀ , ଏବଂ ନାମକୁ ମାତ୍ର ଚାଷୀ // ଶିଳ୍ପାଯନ ସମସ୍ଯା - ଗୋଟିଏ ସ୍ବଳ୍ପବିକଶିତ ଅର୍ଥନୀତି ଥରେ ଉଦ୍ଯୋଗିକରଣ ପନ୍ଥା ବାଛିନେଲେ ବହୁ ସମସ୍ଯାର ସମ୍ମୁଖୀନ ହେବାକୁ ପଡି~ ଥାଏ ସେହି ସମସ୍ଯା ହେଲା , ଉଦ୍ଯୋଗିକରଣର ପରିସର ଓ ଧାରା ସଂପୃକ୍ତ ସ୍ବଳ୍ପ ବିକଶିତ ଦେଶ ଉଭଯ ଦେଶ ଭିତରୁ ଓ ବିଦେଶରୁ କେତେ ପରିମାଣର ସମ୍ବଳ ସଂଗ୍ରହ କରିପାରିବାରେ ସମର୍ଥ ହେବ ତାହାହିଁ ସେ ଦେଶର ଉଦ୍ଯୋଗି~ କରଣର ପରିସର ଓ ଧାରାକୁ ନିର୍ଦ୍ଧାରଣ କରିବ ଦ୍ବିତୀଯ ସମସ୍ଯା ହେଲା , ସେହି ସ୍ବଳ୍ପବିକଶିତ ଦେଶ କେଉଁ ପ୍ରକାରର ଉଦ୍ଯୋଗ ବା ଶିଳ୍ପ ପ୍ରତିଷ୍ଠା କରିବ ? ଏହା ରପ୍ତାନି-ଭିତ୍ତିକ ଉଦ୍ଯୋଗ ପ୍ରତିଷ୍ଠା କରିବ ନା ପୁଞ୍ଜି-ଦ୍ରବ୍ଯ ଉତ୍ପାଦନକାରୀ ଉଦ୍ଯୋଗ ପ୍ରତିଷ୍ଠା କରିବ ? ଏହିଭଳି କେତେକ ବିକଳ୍ପ ମନୋନଯନ ପନ୍ଥା ମଧ୍ଧରୁ ଗୋଟିଏ ଗୋଟିଏ ବାଛି ନେବାକୁ ହେବ ତୃତୀଯ ସମସ୍ଯା ହେଲା , ଅଗ୍ରାଧିକାରର କ୍ରମ ନିର୍ଦ୍ଧାରଣ ଆଶୁ ଫଳପ୍ରାପ୍ତିର ସମ୍ଭାବନାରୁ ନିଶ୍ଚିତଭାବେ ସ୍ବଳ୍ପ ବିକାଶ କ୍ଷେତ୍ରରେ ଅଗ୍ରାଧିକାରର କ୍ରମ ନିର୍ଦ୍ଧାରଣ କରିବାରେ ଏକ ଗୁରୁତ୍ବ~ ପୂର୍ଣ୍ଣ ବିଚାର ଆକାରରେ ଗ୍ରହଣ କରାୟାଇଥାଏ ଚତୁର୍ଥ ସମସ୍ଯା ହେଲା ; ଉଦ୍ଯୋଗଗୁଡିକର ସ୍ଥାପନ ପାଇଁ ସ୍ଥାନ ନିରୂପଣ ଅର୍ଥନୈତିକ ବିକାଶ କାର୍ୟ୍ଯ~ କ୍ରମରେ ନୂତନ ଉଦ୍ଯୋଗଗୁଡିକର ସ୍ଥାପନ ପାଇଁ ସ୍ଥାନ ନିରୂପଣ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ନିଷ୍କାରକ ଉଦ୍ଯୋଗ କ୍ଷେତ୍ରରେ ଅପରିବର୍ତ୍ତନୀଯ ପ୍ରାକୃତିକ ଅବସ୍ଥାହିଁ ସ୍ଥାନ ନିରୂପଣ କରିଥାଏ ଅନ୍ଯାନ୍ଯ ଉଦ୍ଯୋଗ କ୍ଷେତ୍ରରେ ସ୍ଥାନ ନିରୂପଣ କରାଗଲା~ ବେଳେ ଦେଶର ସମତୁଲ ଆଞ୍ଚଳିକ ବିକାଶ ୟେପରି ସଙ୍ଘଟିତ ହୋଇପାରିବ , ସାଧାରଣତଃ ସେଦିଗରେ ୟଥାସମ୍ଭବ ଉଦ୍ଯମ କରାୟାଇଥାଏ ପଞ୍ଚମ ସମସ୍ଯା ହେଲା , ଶିଳ୍ପିକରଣରେ ବୃହତ୍ ଶିଳ୍ପକୁ ଅଗ୍ରାଧିକାର ଦିଆୟିବ ନା କ୍ଷୁଦ୍ର ଶିଳ୍ପକୁ ଅଗ୍ରାଧିକାର ଦିଆୟିବ ବୃହତ୍୍ ଶିଳ୍ପଗୁଡିକ ସାଧାରଣତଃ ପୁଞ୍ଜି-ପ୍ରଧାନ ଏବଂ କ୍ଷୁଦ୍ର ଶିଳ୍ପଗୁଡିକ ସାଧାରଣତଃ ଶ୍ରମ-ପ୍ରଧାନ ଏକ ଶ୍ରମ-ଉଦ୍୍ବୃତ୍ତ ଅର୍ଥନୀତି ଶ୍ରମ-ପ୍ରଧାନ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକ ଆଗ୍ରହ ପ୍ରକାଶ କରିବା ସ୍ବାଭାବିକ କିନ୍ତୁ କେତେଗୁଡିଏ ମୂଳ ଓ ମୌଳିକ ଶିଳ୍ପକୁ କ୍ଷୁଦ୍ରାକାରରେ ପ୍ରତିଷ୍ଠା କରିବା ସମ୍ଭବ ହୋଇ ନପାରେ ତେଣୁ ବୃହତ୍୍ ଓ କ୍ଷୁଦ୍ର ଶିଳ୍ପର ଅନୁପୂରକ ଭୂମିକାକୁ ଗ୍ରହଣ କରିନେଇ ଉଦ୍ଯୋଗିକରଣର ନିଷ୍ପତ୍ତି ନେବାକୁ ହେବ
ଗ୍ରାମ୍ଯ ଶିଳ୍ପାଯନର ଭୂମିକା ଭାରତରେ ୟୋଜନାବଦ୍ଧ ବିକାଶର ଦୀର୍ଘ 35 ବର୍ଷ ପରେ ମଧ୍ଧ ଦେଶର ଔଦ୍ଯୋଗିକ ବିକାଶ ଆଶାନୁରୂପ ହୋଇପାରିନାହିଁ ୟାହା ବା ହୋଇଛି ତାହା ସହରାଞ୍ଚଳ ମଧ୍ଧରେ ପ୍ରାଯତଃ ସୀମାବଦ୍ଧ ହୋଇ ରହିଛି ଏବଂ ସହରାଞ୍ଚଳର ନିୟୁକ୍ତି ଓ ଭିତ୍ତିଭୂମି ଅଭିବୃଦ୍ଧି ଦିଗରେ ସାହାୟ୍ଯ କରିଛି ଗ୍ରାମାଞ୍ଚଳରେ ତାର ସେପରି କିଛି ଆଖି ଦୋଖାଣିଆଁ ପ୍ରଭାବ ପଡିନାହିଁ ଗାଆଁ ଗହଳରେ ବେକାରୀ ବୃଦ୍ଧି ପାଇବାରେ ଲାଗିଛି ସଂପୂର୍ଣ୍ଣ ବେକାରୀକୁ ବାଦ୍୍ଦେଲେ ଅର୍ଦ୍ଧବେକାରୀ ଓ ପ୍ରଚ୍ଛନ୍ନ ବେକାରୀ ଭଳି ଅନ୍ଯାନ୍ଯ ରୂପରେ ମଧ୍ଧ ବେକାରୀ ପ୍ରକଟିତ ହୋଇ ରହିଛି ଗ୍ରାମ୍ଯ ଅର୍ଥନୀତିର ଅଭିବୃଦ୍ଧି ହାର ଅତି ମନ୍ଥର ସାମାଜିକ ନ୍ଯାଯ ନାହିଁ ଦେଶରୁ ବେକାରୀ , ଅର୍ଦ୍ଧବେକାରୀ ଓ ପ୍ରଚ୍ଛନ୍ନ ବେକାରୀ ଅବସ୍ଥା ଦୂର କରିବା ପାଇଁ , ଦାରିଦ୍ର୍ଯକୁ ହଟାଇବା ପାଇଁ ଏବଂ ସାମାଜିକ ନ୍ଯାଯ ସହ ଅର୍ଥନୈତିକ ଅଭିବୃଦ୍ଧି ଘଟାଇବା ପାଇଁ ଗାଆଁଗହଳରେ ଦ୍ରୁତ ଉଦ୍ଯୋଗିକରଣ ଏକାନ୍ତ ଆବଶ୍ଯକ ମନେହୁଏ ଉଦ୍ଯୋଗିକରଣ ଉଦ୍ଯମ ୟଦି କେବଳ ସହରାଞ୍ଚଳ ମଧ୍ଧରେ ସୀମା~ ବଦ୍ଧ ହୋଇ ରହେ ତାହାହେଲେ ଏହି ଲକ୍ଷ୍ଯ ପୂରଣ ହୋଇପାରିବ ନାହିଁ କୃଷି କ୍ଷେତ୍ରରେ ନିୟୁକ୍ତି ବ୍ଯତୀତ ଗାଆଁଗହଳର କାରିଗରୀ ଓ ହସ୍ତଶିଳ୍ପ ଆଦିରେ ବହୁ ସଂଖ୍ଯକ ଲୋକ ଲାଭଜନକ ଭାବେ ନିୟୁକ୍ତି ପାଇଥାନ୍ତି ଏଗୁଡିକ କୃଷିର ଅନୁ~ ପୂରକ ବୃତ୍ତି ରୂପେ ଗଣ୍ଯ ହୋଇଥାନ୍ତି ଏବଂ ବେଶ ଉତ୍ତମଭାବେ ଗ୍ରାମାଞ୍ଚଳ ଲୋକଙ୍କ ଆଯ ବୃଦ୍ଧି କରିବାରେ ସାହାୟ୍ଯ କରିଥାନ୍ତି ଏହି ଉଦ୍ଯୋଗଗୁଡିକରେ ମିଳୁଥିବା କଞ୍ଚାମାଲ ବ୍ଯବହୃତ ହୋଇ ବିଭିନ୍ନ ଦ୍ରବ୍ଯ ଉତ୍ପାଦନ କରାୟାଇଥାଏ ଫଳରେ ଗ୍ରାମ୍ଯ ଅର୍ଥନୀତିକୁ ଉଜ୍ଜୀବିତ କରି ରଖିବାରେ ଏହା ସହାଯକ ହୋଇ~ ଥାଏ ଆମ ଦେଶ ଏକ ଗ୍ରାମ ବହୁଳ ଦେଶ ଗାଆଁଗହଳର ଉନ୍ନତି ବିଧାନ କରାୟାଇ ନ ପାରିଲେ ଦେଶର ଅର୍ଥନୈତିକ ପ୍ରଗତି ଆଦୌ ସମ୍ଭବ ହେବନାହିଁ ଏବଂ ଗାଆଁଗହଳର ଅର୍ଥନୈତିକ ପ୍ରଗତିକୁ ତ୍ବରାନ୍ବିତ କରିବାକୁ ହେଲେ ଗାଆଁ ଗହଳରେ ଲାଭଜନକ ହେଉଥିବା ଶିଳ୍ପ କେନ୍ଦ୍ରମାନ ପ୍ରତିଷ୍ଠା କରିବାକୁ ହେବ ଆମ ଦେଶର ଅର୍ଥନୀତିକୁ ଗ୍ରାମାଭିମୁଖୀ କରିବା ପାଇଁ ଏବେ ସବୁ ମହଲରୁ ସ୍ବର ଶୁଭିଲାଣି ସହରାଭିମୁଖୀ ଅର୍ଥନୀତି ୟେ ଦୀର୍ଘକାଳ ଭିତ୍ତିରେ ଦେଶର ଅର୍ଥନୀତିକୁ ବଳିଷ୍ଠ କରି ଗଢିପାରିବ ନାହିଁ ଏବଂ ଦେଶର ବହୁ ସମସ୍ଯା ସମାଧାନରେ ବିଫଳ ହେବ - ଏହା ଅନେକଙ୍କର ହୃଦବୋଧ ହୋଇସାରିଛି ତେଣୁ ମିଳୁଥିବା ସ୍ଥାନୀଯ ସମ୍ବଳର ସଦୁପୟୋଗ କରିବାକୁ ହେଲେ ଗ୍ରାମ୍ଯ ଉଦ୍ଯୋଗିକରଣ ପାଇଁ ଆନ୍ତରିକ ଉଦ୍ଯମ ଆବଶ୍ଯକ // ଗ୍ରାମ୍ଯ ଶିଳ୍ପର ପ୍ରକାର ଭେଦ ଜାତୀଯ ଆଯକୁ ବିଭିନ୍ନ କ୍ଷେତ୍ରର ଅବଦାନ ଭିତ୍ତିରେ ବିଚାରକରାୟାଉ ବା କର୍ମନିୟୁକ୍ତି ଭିତ୍ତିରେ ବିଚାରକରାୟାଉ , ଆମକୁ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିବାକୁ ହେବ ୟେ ଭାରତ ଏକ କୃଷି-ପ୍ରଧାନ ଦେଶ 1981 ଜନଗଣନାରୁ ଜଣାୟାଏ ୟେ କୃଷିରେ ନିୟୁକ୍ତି କାର୍ୟ୍ଯରତ ଲୋକଙ୍କ ସଂଖ୍ଯା ମୋଟ କାର୍ୟ୍ଯରତ ଜନସଂଖ୍ଯାର ଶତକଡା 68.7 ଭାଗ ଅଥଚ ଶିଳ୍ପ କ୍ଷେତ୍ରରେ ଏହା 13.5 ଭାଗ ସେହିଭଳି ଜାତୀଯ ଆଯର ଶତକଡା ପ୍ରାଯ 40 ଭାଗ କୃଷି କ୍ଷେତ୍ରରୁ ମିଳୁଥିବାବେଳେ ଶିଳ୍ପ କ୍ଷେତ୍ରରୁ ମିଳିଥାଏ ମାତ୍ର ଶତକଡା ପ୍ରାଯ 15.4 ଭାଗ ଏହା ସତ୍ବେ ଆମର ଶିଳ୍ପବିକାଶ କୌଶଳରେ ଆମେ ଏ ପର୍ୟ୍ଯନ୍ତ ଗୁରୁଶିଳ୍ପର ବିକାଶ ପ୍ରତି ଅଧିକ ଗୁରୁତ୍ବ ଆରୋପକରି ଆସିଛୁ ଦ୍ବିତୀଯ ଓ ତୃତୀଯ ୟୋଜନା କାଳ ମଧ୍ଧରେ ଆମ ପୁଞ୍ଜି ବିନିୟୋଗର ବଡଭାଗ କରାୟାଇଥିଲା ଗୁରୁ ଓ ମୌଳିକ ଶିଳ୍ପ~ ଗୁଡିକରେ ଫଳରେ ମୌଳିକ ଓ ପୁଞ୍ଜି-ଦ୍ରବ୍ଯ ଉତ୍ପାଦନକାରୀ ଉଦ୍ଯୋଗଗୁଡିକ ଅପେକ୍ଷାକୃତ ଅବହେଳିତ ହୋଇ ରହିଲେ ଏହାର ପରିଣାମ ହେଲା , ଦେଶରେ ସ୍ଫୀତିକାରୀ ଅବସ୍ଥା ସୃଷ୍ଟିହେଲା ଷଷ୍ଠ ୟୋଜନା ଦଲିଲରେ ଏହାକୁ ମୁକ୍ତ କଣ୍ଠରେ ସ୍ବୀକାର କରାୟାଇଛି ଏଥିରେ କୁହାୟାଇଛି ୟେ ବୃହଦାଯତନ ଶିଳ୍୍ପୋଦ୍ଯୋଗଗୁଡିକର ସମ୍ପ୍ରସାରଣ ଦେଶରେ ଶ୍ରମ ଶକ୍ତିର ଘଟୁଥିବା ବୃଦ୍ଧିର ବହୁଭାଗ ପାଇଁ ନିୟୁକ୍ତି ସୁୟୋଗ ସଷ୍ଟିକରିବାରେ ବିଫଳ-ହୋଇଛି ଏବଂ କେତେକ କ୍ଷେତ୍ରରେ ବଯନ ଉଦ୍ଯୋଗ , ଚମଡା ଉଦ୍ଯୋଗ ଓ କୁକୁଡା ପାଳ କୁଟୀର ଶିଳ୍ପଗୁଡିକରେ ନିୟୁକ୍ତ ଗ୍ରାମାଞ୍ଚଳର ଦରିଦ୍ର ଲୋକଙ୍କର ଆଯ ହାନୀ ଘଟାଇବାର କାରଣ ହୋଇଛି ଭାରତରେ ବୃହଦାଯତନ ଉଦ୍ଯୋଗ~ ଗୁଡିକ ବିରାଟ ବେକାରୀ ସମସ୍ଯାର ଉପାନ୍ତ ମାତ୍ର ସ୍ପର୍ଶ କରିଛି ଆମର ଏବେ ମୂଳ ଲକ୍ଷ୍ଯହେଲା , ଅଧିକ କର୍ମ ସଂସ୍ଥାନ ସୁୟୋଗ ସୃଷ୍ଟିକରିବା ଏବଂ ଗ୍ରାମାଞ୍ଚଳ ଦରିଦ୍ର ଲୋକଙ୍କର ଆଯବୃଦ୍ଧି କରିପାରିବାଭଳି ଉପାଯ ସ୍ଥିର କରିବା ଏହି ଲକ୍ଷ୍ଯ ହାସଲ କରିବାକୁ ହେଲେ ଆମର ଗଣ-ଉତ୍ପାଦନର ଆବଶ୍ଯକତା ନାହିଁ ବରଂ ଆବଶ୍ଯକତା ଗଣଙ୍କ ଦ୍ବାରା ଉତ୍ପାଦନ ( Not mass production but production by masses )
ଗ୍ରାମ୍ଯ ଶିଳ୍ପର ଶ୍ରେଣୀ ବିଭାଗ ଗ୍ରାମ୍ଯ ଶିଳ୍ପଗୁଡିକୁ ପ୍ରଧାନତଃ କ୍ଷୁଦ୍ରଶିଳ୍ପ ଓ କୁଟୀରଶିଳ୍ପ - ଏହିପରି ଦୁଇଭାଗରେ ବିଭକ୍ତ କରାୟାଇଥାଏ ଭାରତର ଅର୍ଥନୈତିକ ଇତିହାସ ଅନୁଶୀଳନ କଲେ ଅତୀତରେ ସମୃଦ୍ଧ ଗ୍ରାମ୍ଯ ଶିଳ୍ପର ବହୁ ଜାଜ୍ବଲ୍ଯମାନ ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ ଏହା ସରକାରଙ୍କ ସହାଯତା ବା ସମର୍ଥନରେ ସମୃଦ୍ଧିଲାଭ କରିନଥିଲା ସକ୍ରିଯ ଜନସହୟୋଗ ଓ ସମର୍ଥନରେ ଏବଂ ପ୍ରବୀଣ ଉଦ୍ଯୋକ୍ତାଙ୍କ ଅକ୍ଳାନ୍ତ ଶ୍ରମରେ ସମଗ୍ର ଦେଶରେ ବିକାଶ ଲାଭ କରିପାରିଥିଲା ବ୍ରିଟିଶ ଶାସନ କାଳରେ ଏହି ସମୃଦ୍ଧ ଗ୍ରାମ୍ଯଶିଳ୍ପର ପତନ ଘଟିଲା ଇଂରେଜମାନେ ନୀତିଗତ ଭାବେ ଭାରତୀଯ ଗ୍ରାମ୍ଯଶିଳ୍ପକୁ ହତ୍ଯା କରିବାକୁ ୟୋଜନାକଲେ ନିଜର ଅର୍ଥନୈତିକ ସ୍ବାର୍ଥ ସାଧନ କରିବା ଥିଲା ତାଙ୍କର ଉଦ୍ଦେଶ୍ଯ କୌଶଳକ୍ରମେ ସେମାନେ ଭାରତୀଯ ଗ୍ରାମ୍ଯ ଶିଳ୍ପର ବିଲୋପ ସାଧନକଲେ ସ୍ବାଧୀନତା ପ୍ରାପ୍ତି ପରେ ବିଶେଷକରି ଭାରତରେ 1950-51 ରୁ ୟୋଜନାବଦ୍ଧ ବିକାଶର ଅଯମା~ ରମ୍ଭ ହେବା ପରଠାରୁ ଗ୍ରାମ୍ଯ ଶିଳ୍ପଗୁଡିକୁ ପୁନରୁଜ୍ଜୀବିତ କରିବାପାଇଁ ଗୌରବମଯ ସ୍ଥାନ ରହିଛି ଗ୍ରାମ୍ଯଶିଳ୍ପର କେତେକ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ଯ ରହିଥିବାରୁ ଭାରତ ସରକାର 1977 ମସିହା ଡିସେମ୍ବର ମାସରେ ଘୋଷଣା କରିଥିବା ସଂଶୋଧିତ ଶିଳ୍ପ ନୀତିରେ ଗ୍ରାମ୍ଯ ଓ କ୍ଷୁଦ୍ରଶିଳ୍ପର ବିକାଶ ଉପରେ ସ୍ବତନ୍ତ୍ର ଗୁରୁତ୍ବ ଆରୋପ କରିଥିଲେ
କ୍ଷୁଦ୍ରାଯତନ ଶିଳ୍ପ ( Small-Scale Industries ) - 1950 ମସିହାର ଆର୍ଥିକ ଆଯୋଗ ( Fiscal Commission ) ଦେଇଥିବା ସଂସ୍ଥା ଅନୁସାରେ ୟେଉଁ ଶିଳ୍ପର ସାଧାରଣତଃ 10 ରୁ 50 ମଧ୍ଧରେ ମଜୁରୀପ୍ରାପ୍ତ ଶ୍ରମିକ ନିୟୁକ୍ତ ହୋଇଥାନ୍ତି ଏବଂ ପ୍ରଧାନତଃ ସେହିମାନଙ୍କ ଦ୍ବାରା ଏହି ଉଦ୍ଯୋଗ କାର୍ୟ୍ଯ ଚାଲିଥାଏ ତାକୁ କ୍ଷୁଦ୍ରଶିଳ୍ପ କୁହାୟାଏ ବର୍ତ୍ତମାନ ସରକାର ଉଦ୍ଯୋଗରେ ବିନିୟୋଗ କରାୟାଇଥିବା ସ୍ଥାଯୀ ପୁଞ୍ଜି ଭିତ୍ତିରେ କ୍ଷୁଦ୍ରାଯତନ ଓ ବୃହଦାଯତନ ଶିଳ୍ପ ସଂସ୍ଥା ମଧ୍ଧରେ ପାର୍ଥକ୍ଯ ନିର୍ଦ୍ଧାରଣ କରିଥାନ୍ତି // କାରଣ ସେମାନେ ସାଧାରଣତଃ ଅତି ଉଚ୍ଚ ହାରରେ ସୁଧଦେଇ ଗାଆଁ ମହାଜନଠାରୁ ଟଙ୍କା ଋଣ ଆଣିଥାନ୍ତି 1969 ମସିହା ସୁଦ୍ଧା ବାଣିଜ୍ଯିକ ବ୍ଯାଙ୍କମାନେ ମଧ୍ଧ କୁଟୀର ଶିଳ୍ପଗୁଡିକୁ ବିଶେଷ ଆର୍ଥିକ ସାହାୟ୍ଯ ଦେଇ ନଥିଲେ 1969 ମସିହା ଜୁଲାଇ ମାସରେ 14 ଟି ବଡ ବଡ ବାଣିଜ୍ଯିକ ବ୍ଯାଙ୍କକୁ ଜାତୀଯକରଣ କରାୟିବା ପରେ କ୍ଷୁଦ୍ର ଓ କୁଟୀର ଶିଳ୍ପଗୁଡିକର ଆବଶ୍ଯକତା ପୂରଣ ପାଇଁ ବାଣିଜ୍ଯିକ ବ୍ଯାଙ୍କଗୁଡିକର ଋଣ ପ୍ରବାହ ବୃଦ୍ଧିପାଇଛି କ୍ଷୁଦ୍ର ଶିଳ୍ପୋଦ୍ଯୋଗମାନଙ୍କ ପାଇଁ ଋଣ ୟୋଗାଇବା ଉଦ୍ଦେଶ୍ଯରେ ବ୍ଯାଙ୍କ ଓ ଅନ୍ଯାନ୍ଯ ବିତ୍ତୀଯ ଅନୁଷ୍ଠାନ~ ଗୁଡିକୁ ଉତ୍ସାହିତ କରିବା ପାଇଁ ରିଜର୍ଭ ବ୍ଯାଙ୍କ ଏକ ଋଣ ଗ୍ଯାରେଣ୍ଟି ପରି~ ୟୋଜନାକୁ ( Credit guarantee Scheme ) କାର୍ୟ୍ଯକାରୀ କରୁଛି କ୍ଷୁଦ୍ର ଓ କୁଟୀର ଶିଳ୍ପଗୁଡିକୁ ଋଣ ଦେବାୟୋଗୁଁ ଋଣଦାନକାରୀ ଅନୁଷ୍ଠାନଗୁଡିକର ହେବାକୁ ଥିବା ସମ୍ଭାବ୍ଯ କ୍ଷତିରୁ ସେମାନଙ୍କୁ ରକ୍ଷାକରିବା ଏହି ପରିୟୋଜନାର ଉଦ୍ଦେଶ୍ଯ ବାଣିଜ୍ଯିକ ବ୍ଯାଙ୍କ ସମୂହ , ରାଜ୍ଯ ଅର୍ଥ ନିଗମ , ରାଜ୍ଯ ସମବାଯ ବ୍ଯାଙ୍କ ସମୂହ ଏବଂ କେନ୍ଦ୍ର ସମବାଯ ବ୍ଯାଙ୍କ ସମୂହ ଭଳି ଋଣଦାନକାରୀ ଅନୁଷ୍ଠାନଗୁଡିକ ଏହି ପରିୟୋଜନାର ଅନ୍ତର୍ଭୁକ୍ତ ଏହି ପରିୟୋଜନା କାର୍ୟ୍ଯକାରୀ ହେବା ଫଳରେ ଏହି ବିତ୍ତୀଯ ସଂସ୍ଥାମାନେ କ୍ଷୁଦ୍ର ଶିଳ୍ପୋଦ୍ଯୋଗଗୁଡିକୁ ଅଧିକରୁ ଅଧିକ ଋଣ ଦେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ତଥାପି ବିତ୍ତୀଯ ସମ୍ବଳ ସଂଗ୍ରହ କ୍ଷେତ୍ରରେ ଏମାନଙ୍କ ଅବସ୍ଥା ଆଶାନୁରୂପ ସୁଧୁରିପାରି ନାହିଁ ସମବାଯ ସଂସ୍ଥା~ ଗୁଡିକ ସେମାନଙ୍କ କାର୍ୟ୍ଯକଳାପକୁ ମୁଖ୍ଯତଃ କୃଷିକ୍ଷେତ୍ର ମଧ୍ଧରେ ସୀମାବଦ୍ଧ କରି ରଖିଛନ୍ତି ଫଳରେ କ୍ଷୁଦ୍ର ଶିଳ୍ପଗୁଡିକ ଅର୍ଥାଭାବରୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏବଂ ଏହା ସେମାନଙ୍କ ଉତ୍ପାଦନ ଓ ବିପଣନ କାର୍ୟ୍ଯକଳାପ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ
ପ୍ରାବିଧିକ ସହାଯତା ( Technical Assistance ) - କ୍ଷୁଦ୍ରାଯତନ ଶିଳ୍ପ ସଂସ୍ଥାଗୁଡିକ ଅତି ପୁରୁଣାକାଳିଆ ଅଧୁନା ଅନାବୃତ ଉପ~ କରଣ ଦ୍ବାରା ଉତ୍ପାଦନ କରି ଚାଲିଛନ୍ତି ସେମାନଙ୍କ ଦ୍ବାରା ଅନୁସୃତ ଉତ୍ପାଦନ ପଦ୍ଧତି ମଧ୍ଧ ବିଗତ ୟୁଗର ଅନାବୃତ ପଦ୍ଧତି ରୂପେ ପରିଚିତ ଆଧୁନିକ ୟନ୍ତ୍ରପାତି ଓ ଉପକରଣ ସାହାୟ୍ଯରେ ଉତ୍ପାଦନ ବୃଦ୍ଧି କରିବା ପାଇଁ ଆବଶ୍ଯକ ହେଉଥିବା ଗବେଷଣା ଓ ତାଲିମ ସୁୟୋଗ ସେମାନଙ୍କର ନାହିଁ ଏଥିରେ ନିୟୁକ୍ତ କୁଶଳୀ କାରିଗରମାନେ ଦରିଦ୍ର ଓ ନିରକ୍ଷର ତେଣୁ ନୂତନ ଉପକରଣମାନ କ୍ରଯ କରିବା ପାଇଁ ସେମାନଙ୍କ ପାଖେ ସମ୍ବଳ ନାହିଁ ବା ନୂତନ ଉତ୍ପାଦନ ପଦ୍ଧତି ଓ ପ୍ରବିଧିଜ୍ଞାନ ସମ୍ପର୍କରେ ସେମାନେ ବିଶେଷକିଛି ଜାଣନ୍ତି ନାହିଁ ପରିଣାମରେ ସେମାନଙ୍କ ଉତ୍ପାଦିତା ସ୍ତର ନିମ୍ନରେ ରହିଥାଏ ଏବଂ ସେମାନଙ୍କ ଉତ୍ପାଦଗୁଡିକର ମାନ ମଧ୍ଧ ଅତି ନିମ୍ନ ଧରଣର ହୋଇଥାଏ ଉନ୍ନତ ପ୍ରାବିଧିକ ଜ୍ଞାନ କ୍ଷୁଦ୍ର ଶିଳ୍ପଗୁଡିକର ଉତ୍ପାଦନ ଦକ୍ଷତା ବୃଦ୍ଧି କରିପାରିବ ତେଣୁ ସେମାନଙ୍କ ପ୍ରାବିଧିକ କୌଶଳକୁ ଉନ୍ନତ କରାଇବାରେ ଏବଂ ସେମାନଙ୍କ କାରଖାନାର ଆଧୁନିକୀକରଣ ପାଇଁ ଏହି ଶିଳ୍ପଗୁଡିକୁ ସାହାୟ୍ଯ କରିବା ଦରକାର ସଂକ୍ଷେପରେ କହିବାକୁ~ ଗଲେ , କ୍ଷୁଦ୍ରଶିଳ୍ପ ଓ କୁଟୀର ଶିଳ୍ପଗୁଡିକର ଗୋଟିଏ ବଡ ଆବଶ୍ଯକତା ହେଲା , ପ୍ରାବିଧିକ ସହାଯତା କିନ୍ତୁ ଏହି ଶିଳ୍ପ ସଂସ୍ଥାଗୁଡିକୁ ପ୍ରାବିଧିକ ସହାଯତା ଦେବାପାଇଁ ଗଢାୟାଇଥିବା ସଂସ୍ଥାନିକ ବ୍ଯବସ୍ଥା ଅତି ଦୁର୍ବଳ ଭଳି ମନେହୁଏ ଜିଲା ସ୍ତରରେ ଏକ ସ୍ବତନ୍ତ୍ର ଔଦ୍ଯୋଗିକ ବିକାଶ ସଂସ୍ଥା ଗଢି କ୍ଷୁଦ୍ର ଓ କୁଟୀର ଶିଳ୍ପଗୁଡିକୁ ପ୍ରାବିଧିକ ସହାଯତା ୟୋଗାଇ ଦେବା ଦାଯିତ୍ବ ଏହି ସଂସ୍ଥା ହାତରେ ଅର୍ପଣ କରାୟିବା ଉଚିତ ଏହି ଦିଗରୁ ବିଚାରକଲେ , ଜିଲା ଶିଳ୍ପକେନ୍ଦ୍ର ( District Industries Centres ) ପରିକଳ୍ପନା ଏକ ଅଭିନବ ଓ ବଳିଷ୍ଠ ପରିକଳ୍ପନା ଏହି କେନ୍ଦ୍ରଗୁଡିକ ଗୋଟିଏ ସ୍ଥାନରେ କ୍ଷୁଦ୍ର ଶିଳ୍ପସଂସ୍ଥା~ ମାନେ ଆବଶ୍ଯକ କରୁଥିବା ବହୁବିଧ ସେବା ୟୋଗାଇ ଦେବାର କଳ୍ପନା କରାୟାଇଛି କିନ୍ତୁ ଜିଲା ଶିଳ୍ପ କେନ୍ଦ୍ରଗୁଡିକର କାର୍ୟ୍ଯ ବିଶେଷ ସନ୍ତୋଷଜନକ ହୋଇପାରିବ ନାହିଁ
ବିପଣନ ସମସ୍ଯା ( Problem of Marketing ) - କ୍ଷୁଦ୍ରଶିଳ୍ପ ସଂସ୍ଥାଗୁଡିକ ସେମାନଙ୍କ ଉତ୍ପାଦଗୁଡିକ ବିକ୍ରିପାଇଁ ବଜାର ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ନିଜ ନିଜର ଉତ୍ପାଦକୁ ବିକ୍ରଯକରିବା ପାଇଁ ସେମାନଙ୍କର କୌଣସି ବିପଣନ ସଙ୍ଗଠନ ନାହିଁ ଅନେକ କ୍ଷେତ୍ରରେ ଦେଖାୟାଏ ୟେ ବୃହତ୍୍ ଶିଳ୍ପାନୁଷ୍ଠାନରେ ଉତ୍ପାଦିତ ଦ୍ରବ୍ଯ ଅପେକ୍ଷା ସେମାନଙ୍କ ଉତ୍ପାଦିତ ଦ୍ରବ୍ଯ ନିକୃଷ଼୍ଟ ଧଣଁର ହୋଇଥାଏ ତେଣୁ ବଜାରରେ ପ୍ରତିୟୋଗିତାର ସମ୍ମୁଖୀନ ହୋଇ ସେମାନେ ସେମାନଙ୍କ ଉତ୍ପାଦଗୁଡିକୁ ବିକ୍ରଯ କରିପାରିନଥାନ୍ତି ପୁଣି , ଏହି କ୍ଷୁଦ୍ରଶିଳ୍ପ ସଂସ୍ଥାଗୁଡିକର ୟଥେଷ୍ଟ ବିତ୍ତୀଯ ସମ୍ବଳ ନଥିବାରୁ ସେମା~ ନଙ୍କ ସଂପଣନ ସାମର୍ଥ୍ଯ ( Bargaining Capacity ) ବା ଦର କଷାକସି ବେଶିଦିନ ଧରିରଖି ନେବାର ସାମର୍ଥ୍ଯ ମଧ୍ଧ ନାହିଁ ବା ବହୁତ କମ // ଭାରତ ସରକାରଙ୍କ ଶିଳ୍ପନୀତି ଦେଶର ଶିଳ୍ପାନୁଷ୍ଠାନଗୁଡିକ ପ୍ରତି ସରକାର ୟେଉଁ ଆଭିମୁଖ୍ଯ ପୋଷଣ କରିଥାନ୍ତି ଏବଂ ଦେଶର ଶିଳ୍ପବିକାଶ ପାଇଁ ୟେଉଁ କୌଶଳ ଅବଲମ୍ବନ କରିଥାନ୍ତି ତାହା ସରକାରଙ୍କ ଶିଳ୍ପନୀତି ହିଁ ସୂଚାଇ ଦେଇଥାଏ ବେସରକାରୀ କ୍ଷେତ୍ରରେ ଗଢିଉଠିଥିବା ଶିଳ୍ପାନୁଷ୍ଠାନଗୁଡିକ ପ୍ରତି ସରକାର କିପ୍ରକାର ମତିଗତି ପୋଷଣ କରନ୍ତି , ସରକାର କେଉଁ କେଉଁ ଶିଳ୍ପଗୁଡିକୁ ଉତ୍ସାହିତ କରିବ , କେଉଁ କେଉଁ ଶିଳ୍ପଗୁଡିକ ସରକାରୀ ପୃଷ୍ଠପୋଷକତାରେ ବିକାଶ ଲାଭ କରିବ , ଶିଳ୍ପାନୁଷ୍ଠାନ ଗୁଡିକର ମାଲିକାନାସ୍ବତ୍ବ ଓ ପରିଚାଳନାରେ ସରକାର କେତେଦୂର ସହୟୋଗ କରିବେ ଏବଂ ବେସରକାରୀ କ୍ଷେତ୍ରରେ ପ୍ରତିଷ୍ଠିତ ଶିଳ୍ପାନୁଷ୍ଠାନଗୁଡିକର ନିଯନ୍ତ୍ରଣ ଓ ତତ୍ତ୍ବାବଧାନ ସମସ୍ଯା ଆଦି ସମସ୍ତ ବିଷଯରେ ଏହି ଶିଳ୍ପନୀତି ସ୍ପଷ୍ଟ ସୂଚନା ଦେଇଥାଏ ସଂକ୍ଷେପରେ କହିଲେ , ଶିଳ୍ପନୀତି ଦେଶର ଅର୍ଥନୀତିରେ ଶିଳ୍ପବିକାଶ , ଶିଳ୍ପର ମାଲିକାନାସ୍ବତ୍ବ ଏବଂ କାର୍ୟ୍ଯାବଳୀ ସମ୍ପର୍କରେ ଅନୁସୃତି ନିଯମକାନୁନ୍୍ ନୀତି ଓ ବିଭିନ୍ନ ପଦ୍ଧତିର ସୂଚନା ଦେଇଥାଏ
ଶିଳ୍ପନୀତି ଓ ଗ୍ରାମ୍ଯ ଶିଳ୍ପ ବ୍ରିଟିଶ ଶାସନ କାଳରେ ଭାରତ ସରକାର ଭାରତ ପାଇଁ ଏକ ନିର୍ଦ୍ଦିଷ୍ଟ , ସୁସମନ୍ବିତ ଶିଳ୍ପନୀତି ପ୍ରଣଯନ କରିବାର ପ୍ରଯାସ କରି ନ ଥିଲେ ସ୍ବାଧୀନତା ପ୍ରାପ୍ତିପରେ ଜାତୀଯ ସରକାର 48 ମସିହା ଅପ୍ରେଲ 6 ତାରିଖରେ ସ୍ବାଧୀନ ଭାରତର ପ୍ରଥମ ବ୍ଯାପକ ଶିଳ୍ପନୀତି ଘୋଷଣା କଲେ ଏହି ଶିଳ୍ପନୀତି ସରକାରୀ ଉଦ୍ଯୋଗ ଏବଂ ବେସରକାରୀ ଉଦ୍ଯୋଗ ପାଇଁ ଉଦ୍ଦିଷ୍ଟ କ୍ଷେତ୍ରର ସୀମା ପରିସରକୁ ସ୍ପଷ୍ଟଭାବେ ନିର୍ଦ୍ଧାରଣ କଲା ଏବଂ ଶିଳ୍ପାନୁଷ୍ଠାନଗୁଡିକ ଉପରେ କେଉଁ ପ୍ରକାରର ସରକାରୀ ନିଯନ୍ତ୍ରଣ ରହିବ ତାର ସୂଚନା ଦେଲା କ୍ଷୁଦ୍ର ଶିଳ୍ପ ଓ କୁଟୀର ଶିଳ୍ପକୁ ଜାତୀଯ ଅର୍ଥନୀତିରେ ଏକ ନିର୍ଦ୍ଦିଷ୍ଟ ଓ ଗୁରୁତ୍ବପୂର୍ଣ୍ଣ ଭୂମିକା ଦେବା ଏହି ନୀତିର ଏକ ଉଲ୍ଲେଖନୀଯ ଅବଦାନ ବୋଲି କୁହାୟାଇପାରେ ଏହି ଶିଳ୍ପାନୁଷ୍ଠାଗୁଡିକ ଲୋକମାନଙ୍କ ପାଇଁ ତଥା ସମବାଯ ସଂସ୍ଥାଗୁଡିକ ପାଇଁ ଆଯ ଓ ନିଯୋଜନ ସୁୟୋଗ ସୃଷ୍ଟି କରିପାରିବ ବୋଲି ବିଚାର କରାୟାଇଥିଲା ଏହା ବ୍ଯତୀତ ପାକିସ୍ଥାନରୁ ଆସିଥିବା ଶରଣାର୍ଥୀମାନଙ୍କ ଥଇଥାନ ଦିଗରେ ମଧ୍ଧ ଏହା ବିଶେଷ ସହାଯକ ହେବ ବୋଲି ବିଚାର କରାୟାଇଥିଲା ଏବଂ ଏହାଦ୍ବାରା ଶିଳ୍ପାନୁଷ୍ଠାନ ଗୁଡିକର ବିକେନ୍ଦ୍ରୀକରଣ ସହଜ ହେବ ବୋଲି ଆଶା କରାୟାଇଥିଲା ବୃହଦା~ ଯତନ ଶିଳ୍ପସଂସ୍ଥାଗୁଡିକ ସହ ନିବିଡ ସମନ୍ବଯ ପ୍ରତିଷ୍ଠା କରି ଗ୍ରାମ୍ଯ ଶିଳ୍ପ ଗୁଡିକର ବିକାଶ କରିବା କୌଶଳ ଏହି ଶିଳ୍ପ ନୀତିରେ ଅନୁସରଣ କରାୟାଇ ଥିଲା ଦେଶରୁ ବେକାରୀ , ଅର୍ଦ୍ଧବେକାରୀ ଓ ଦାରିଦ୍ର୍ଯର ବିଲୋପସାଧନ ଭାରତର ଅର୍ଥନୈତିକ ବିକାଶ କାର୍ୟ୍ଯକ୍ରମର ପ୍ରଧାନ ଲକ୍ଷ୍ଯ ହୋଇ ରହିଆସିଛି କିନ୍ତୁ ଗ୍ରାମ୍ଯ ଅର୍ଥନୀତିର ସର୍ବାଙ୍ଗୀନ ବିକାଶ ନ ଘଟିଲେ ଏହି ଲକ୍ଷ୍ଯ ହାସଲ କରାୟାଇପାରିବ ନାହିଁ ଏହି ପରିପ୍ରେକ୍ଷୀରେ , ଗ୍ରାମ୍ଯ ଶିଳ୍ପର ପୁନର୍ଗଠନ ଓ ବିକାଶ ଏକାନ୍ତ ଆବଶ୍ଯକ ବୋଲି ହୃଦଯଙ୍ଗମ କରାୟାଇଛି ଏହି ବଦ୍ଧମୂଳ ଧାରଣା ୟୋଗୁଁ ହିଁ 1948 ମସିହାଠାରୁ ପ୍ରଣଯନ କରାୟାଇଥିବା ସବୁ ଗୁରୁତ୍ବପୂର୍ଣ୍ଣ ଶିଳ୍ପନୀତି ଘୋଷଣାରେ ଗ୍ରାମ୍ଯ ଶିଳ୍ପ ତଥା କ୍ଷୁଦ୍ର ଓ କୁଟୀର ଶିଳ୍ପକୁ ଜାତୀଯ ଅର୍ଥନୈତିକ ବିକାଶ କାର୍ୟ୍ଯକ୍ରମରେ ଏକ ଗୌରବମଯ ସ୍ଥାନ ଦିଆୟାଇଛି
1948 ରେ ଘୋଷିତ ଶିଳ୍ପ ନୀତି 1956 ପର୍ୟ୍ଯନ୍ତ ବଳବତ୍ତର ହୋଇ ରହିଥିଲା 1956 ଅପ୍ରେଲରେ ସରକାର ପୁଣି ଏକ ନୂତନ ଶିଳ୍ପନୀତି ଘୋଷଣା କଲେ କ୍ଷୁଦ୍ର ଓ କୁଟୀର ଶିଳ୍ପକୁ ପୂର୍ବ ନୀତି ଘୋଷଣାରେ ଦିଆୟାଇଥିବା ଭୂମିକା ଓ ପ୍ରୋତ୍ସାହନକୁ ଏହି ନୂତନ ନୀତି ସମର୍ଥନ ଜଣାଇଥିଲା କାରଣସ୍ବପୂପ କୁହାୟାଇଥିଲା ୟେ ଦେଶରେ କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ବିକାଶ ଘଟିଲେ ସଙ୍ଗେ ସଙ୍ଗେ ବହୁ ସଂଖ୍ଯକ ନିଯୋଜନ ସୁବିଧା ସୃଷ୍ଟି ହୋଇପାରିବ , ଜାତୀଯ ଆଯର ଅଧିକ ନ୍ଯାଯୋଚିତ ବଣ୍ଟନ ବ୍ଯବସ୍ଥା ହୋଇପାରିବ , ପୁଞ୍ଜି ଓ କୌଶଳର ଲୁକ୍୍କାଯିତ ସମ୍ବଳର ବିନିୟୋଗ ସୁବିଧା ମିଳିବ ଏବଂ ସହରୀକରଣର କୁପ୍ରଭାବକୁ ଦୂର କରାୟାଇପାରିବ ଏହି ଶିଳ୍ପଗୁଡିକୁ ପୁନରୁଜ୍ଜୀବିତ କରିବା ଏବଂ ବୃହଦାଯତନ ଶିଳ୍ପସଂସ୍ଥାଗୁଡିକ ସହ ସମନ୍ବଯ ପ୍ରତିଷ୍ଠା କରି ଏଗୁଡିକର ବିକାଶ କରିବା ଏହି ନୀତିର ପ୍ରଧାନ ଲକ୍ଷ୍ଯ ଥିଲା // ଅନେକଗୁଡିଏ କାର୍ୟ୍ଯକ୍ରମ ହାତକୁ ନିଆୟାଇ ପଞ୍ଚମ ୟୋଜନା କାଳରେ କ୍ଷୁଦ୍ର ଶିଳ୍ପ କ୍ଷେତ୍ରର ବ୍ଯାପକ ପ୍ରସାର ଘଟାଇବା ସମ୍ଭବ ହୋଇଥିଲା 1979-~ 80 ସୁଦ୍ଧା ବୃହତ୍୍ ଓ ମଧ୍ଧମ ଶିଳ୍ପୋଦ୍ଯୋଗ କ୍ଷେତ୍ରରେ କେବଳ ପ୍ରାଯ 4.5 ନିଯୂତ ଲୋକ ନିୟୁକ୍ତି ସୁବିଧା ପାଇଥିବା କଥା ହିସାବରୁ ଜଣାୟାଇଥିବାବେଳେ କ୍ଷୁଦ୍ର ଶିଳ୍ପୋଦ୍ଯୋଗ କ୍ଷେତ୍ରରେ ପ୍ରାଯ 23.58 ନିଯୂତ ଲୋକ ନିୟୁକ୍ତି ସୁବିଧା ପାଇଥିବା କଥା ଜଣାୟାଏ
1977 ମସିହା ଡିସେମ୍ବର ମାସରେ କେନ୍ଦ୍ରରେ କ୍ଷମତାସୀନ ତତ୍୍କାଳୀନ ଜନତା ସରକାର ୟେଉଁ ଶିଳ୍ପ ନୀତି ଘୋଷଣା କରିଥିଲେ ସେଥିରେ ନୂତନଭାବେ ପ୍ରବର୍ତ୍ତନ କରାୟାଇଥିବା ଜିଲା ଶିଳ୍ପ କେନ୍ଦ୍ର ଧାରଣା ( District Inust~ ries Centre or D.I.C. ) ନିଶ୍ଚିତଭାବେ ଏକ ଉଲ୍ଲେଖନୀଯ ଅବଦାନ କ୍ଷୁଦ୍ର ଓ କୁଟୀର ଶିଳ୍ପର ବିକାଶ ପାଇଁ ପୂର୍ବରୁ ଥିବା ଓ ଗଢିଉଠୁଥିବା ବହୁ ସଂଖ୍ଯକ ସଂସ୍ଥା ଓ ସଙ୍ଗଠନ ଜଣେ ସାଧାରଣ ଗ୍ରାମୀଣ ଓ କ୍ଷୁଦ୍ର ଉଦ୍ଯୋକ୍ତାଙ୍କ ପାଇଁ ବିଭ୍ରାନ୍ତ ସୃଷ୍ଟି କରିବ ବୋଲି ଉପଲବ୍୍ଧି କରାୟିବାରୁ ଋଣ ୟୋଗାଣ , କଞ୍ଚାମାଲ ୟୋଗାଣ , ତାଲିମ ଦାନ , ବିପଣନ ବ୍ଯବସ୍ଥା ଏବଂ ବେକାରୀ ଶିକ୍ଷିତ ୟୁବ ଶିଳ୍ପୋଦ୍ଯୋଗୀଙ୍କର ଆବଶ୍ଯକ ହେଉଥିବା ଅନ୍ଯାନ୍ଯ ସାହାୟ୍ଯ ଏକା ଗୋଟିଏ ସ୍ଥାନରେ ଗୋଟିଏ ଛାତ ତଳେ ୟୋଗାଇଦେବାର ବ୍ଯବସ୍ଥା କରିବା ପାଇଁ ପ୍ରତ୍ଯେକ ଜିଲାରେ ଗୋଟିଏ ଲେଖାଏଁ ଜିଲା ଶିଳ୍ପ କେନ୍ଦ୍ର ପ୍ରତିଷ୍ଠା କରା~ ଗଲା 1979 ମସିହା ମଇ ମାସ ପହିଲା ଦିନ ଠାରୁ ଏହି କାର୍ୟ୍ଯକ୍ରମ ଆରମ୍ଭ କରାଗଲା ଏବଂ କୁଟୀର ଓ କ୍ଷୁଦ୍ର ଶିଳ୍ପର ବିକାଶ ଦିଗରେ ଏହି ଶିଳ୍୍ପ କେନ୍ଦ୍ର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି
ଷଷ୍ଠ ୟୋଜନା ( 1980-85 ) - ଖଦୀ ଓ ଗ୍ରାମୋଦ୍ଯୋଗ କମିଶନ ଦ୍ବାରା ଶ୍ରୀ ଭି.ରାମଚନ୍ଦ୍ରନ୍୍ଙ୍କ ଅଧ୍ଧକ୍ଷତାରେ ନିୟୁକ୍ତ କମିଟିର ସୁପାରିଶ ଅନୁସାରେ ଷଷ୍ଠ ୟୋଜନାରେ ଖଦୀ ଓ ଗ୍ରାମୋଦ୍ଯୋଗ କାର୍ୟ୍ଯକ୍ରମର ବିକାଶ ଦ୍ବାରା ଗ୍ରାମାଞ୍ଚଳର ସବୁ ହସ୍ତଶିଳ୍୍ପୀଙ୍କୁ ଉପକୃତ କରିବା ଏବଂ ସେମାନେ ଲାଗିଥିବା ଉପସ୍ଥିତ ବୃତ୍ତିରେ ସେମାନଙ୍କୁ ପୂର୍ଣ୍ଣ ନିଯୋଜନ କରିବା ଥିଲା ଷଷ୍ଠ ୟୋଜନାର ଗ୍ରାମ୍ଯ ଶିଳ୍୍ପ କ୍ଷେତ୍ରରେ ମୂଳ ଓ ମୌଳିକ ଆଭିମୁଖ୍ଯ ଅନ୍ଯ ଏକ ଆଭିମୁଖ୍ଯ ଥିଲା , ଆଗରୁ ଥିବା ପରିୟୋଜନାଗୁଡିକୁ ସମ୍ପ୍ରସାରିତ କରି ଏବଂ ସେଗୁଡିକୁ ବିବିଧ ପ୍ରକାରର କରାଇ ଏବଂ ବିଶେଷକରି କର୍ମ ନିଯୋଜନ ସୃଷ୍ଟି କରିବାର ଆବଶ୍ଯକତା ତୀବ୍ର ଓ ଜରୁରୀ ଥିବା ଅଞ୍ଚଳରେ ଅତିରିକ୍ତ ପରିୟୋଜନାମାନ ହାତକୁ ନେଇ ନିଯୋଜନ ଭିତ୍ତିଭୂମିକୁ ସଂପ୍ରସାରିତ କରିବା ଗ୍ରାମ୍ଯ ଶିଳ୍ପର ବିକାଶ ପାଇଁ ଷଷ୍ଠ ୟୋଜନା କାଳରେ ନିଆୟାଇଥିବା କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେଲା : କ୍ଷୁଦ୍ର ଶିଳ୍ପ କ୍ଷେତ୍ରକୁ କଞ୍ଚାମାଲ ୟୋଗାଣକୁ ବିଶେଷଭାବେ ବୃଦ୍ଧି କରାୟାଇଛି
କୃଷି ପଛକୁ କ୍ଷୁଦ୍ର ଶିଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସୁଲଭ ହାରରେ ଋଣ ୟୋଗାଇ ଦେବାର ବ୍ଯବସ୍ଥା କରାଗଲା
ସେମାନଙ୍କ ଆବଶ୍ଯକ ଦ୍ରବ୍ଯଗୁଡିକୁ ସହଜରେ ବିଦେଶରୁ ଆମଦାନୀ କରି ଆଣିବା ପାଇଁ ଶିଳ୍ପାନୁଷ୍ଠାନମାନଙ୍କୁ ଦିଆୟାଇଥିବା ଆମଦାନୀ ଲାଇ~ ସେନ୍୍ସର ମୂଲ୍ଯ ବୃଦ୍ଧି କରାଗଲା
କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ପ୍ରବିଧି ବିଜ୍ଞାନକୁ ଉନ୍ନତ କରିବା ପାଇଁ ବହୁ ପଦକ୍ଷେପ ନିଆୟାଇଛି
କ୍ଷୁଦ୍ର ଶିଳ୍ପ କ୍ଷେତ୍ର ସଂସ୍ଥାଗୁଡିକରୁ ବାଧ୍ଧତାମୂଳକ ଭାବେ ସରକାରୀ କ୍ରଯ ବ୍ଯବସ୍ଥାକୁ ଆହୁରି ଦୃଢୀଭୂତ କରାୟାଇ ସରକାରଙ୍କ ସଂଗ୍ରହଣ-ବିକ୍ରଯ କାର୍ୟ୍ଯକ୍ରମ ( Store-purchase Programme ) ଅନୁସାରେ କେବଳ କ୍ଷୁଦ୍ର ଶିଳ୍ପ ସଂସ୍ଥାଗୁଡିକରୁ କ୍ରଯ କରିବାପାଇଁ ବର୍ତ୍ତମାନ 401ଟି ଦ୍ରବ୍ଯକୁ ସ୍ବତନ୍ତ୍ରଭାବେ ସଂର~ କ୍ଷିତକରି ରଖାୟାଇଛି
ସପ୍ତମ ୟୋଜନା ( 1985-90 ) - 1990 ମସିହା ଜୁଲାଇ ମାସରେ କେନ୍ଦ୍ର ସରକାର ଘୋଷଣା କରିଥିବା ଶିଳ୍ପ ନୀତିରେ କ୍ଷୁଦ୍ର ଶିଳ୍ପ ଓ କୁଟୀର ଶିଳ୍ପର ବିକାଶ ପାଇଁ ନିମ୍ନୋକ୍ତମତେ ପଦକ୍ଷେପମାନ ଗ୍ରହଣ କରାୟିବ ବୋଲି କୁହାୟାଇଥିଲା
କ୍ଷୁଦ୍ର ଓ କୁଟୀର ଶିଳ୍ପ ପାଇଁ ଉତ୍ପାଦନର ପରିମାଣ ଉପରେ କଟକଣା ବା ସୀମା ଧାର୍ୟ୍ଯ ବୃହତାଯତନ ଶିଳ୍ପୋଦ୍ଯୋଗ କ୍ଷେତ୍ରରେ ଉତ୍ପାଦନର ପରିମାଣ ଉପରେ କଟକଣା ବା ସୀମା ଧାର୍ୟ୍ଯ
ଏକ ବିଭେଦନମୂଳକ କରାଧାନ ନୀତି ଅନୁସରଣ ବା ପ୍ରତ୍ଯକ୍ଷ ଆର୍ଥିକ ସହାଯତା ଦେବା ବ୍ଯବସ୍ଥା
ଆତ୍ମ ନିର୍ଭରଶୀଳ ହେବା ପାଇଁ ଶକ୍ତି ସଂଗ୍ରହ କରିବାକୁ ବିକେନ୍ଦ୍ରୀକୃତ ଉଦ୍ଯୋଗକୁ ସମର୍ଥ କରିବାରେ ସାହାୟ୍ଯ କରିବା +>* 0